Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି

ଅପରେସନ ସିନ୍ଦୂର ପରେ ବଢିଲା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା । ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା ବଢାଇଲା ଗୃହ ମନ୍ତ୍ରଣାଳୟ । ସୁରକ୍ଷା ବଢାଇବା ନେଇ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ଆନୁସାରେ ତାଙ୍କ ଜେଡ୍ ସୁରକ୍ଷା ବିବରଣୀରେ ଏବେ ବୁଲେଟ୍ ପ୍ରୁଫ୍ କାର ସହ ଅଧିକ ଯବାନଙ୍କୁ ସାମିଲ କରାଯାଇଛି । ଏଥିସହ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।