Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରଥମ ଥର ପାଇଁ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । ରାଷ୍ଟ୍ରପତି ପଦ ଭାବେ ବାଇଡେନ ଦାୟିତ୍ୱ ନେବା ପରେ ୨ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ଆଲୋଚନା। ଉଭୟ ଦେଶର ଶ୍ରେଷ୍ଠ ନେତା ଶାନ୍ତି ଓ ସୁରକ୍ଷା ନେଇ ଆଲୋଚନା କରିଥିବା ସୂଚନା ମିଳିଛି ।

ଜୋ ବାଇଡେନଙ୍କ ସହିତ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି, ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଟୁଇଟରେ ଲେଖିଛନ୍ତି ଯେ, ଜୋ ବାଇଡେନ ସହିତ କଥା ହୋଇଛି ଏବଂ ତାଙ୍କ ସଫଳତା ଲାଗି ଶୁଭକାମନା ଜଣାଇଛି । ଆମେ ଆଂଚଳିକ ପ୍ରସଙ୍ଗ ଉପରେ କଥା ହୋଇଛୁ । ଜଳବାୟୁ ପରିବର୍ତ୍ତନ ସଂପର୍କରେ ସହଯୋଗ ବଢ଼ାଇ ଉପରେ ମଧ୍ୟ ସହମତି ହୋଇଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଓ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଏହାର ବାହାର ପାର୍ଶ୍ୱରେ ଶାନ୍ତି, ସୁରକ୍ଷା ଲାଗି ରଣନୀତି ଭାଗିଦାରୀ ମଜବୁତ କରିବା ପାଇଁ ତତ୍ପର ଦେଖାଇଛନ୍ତି । ସୂଚନାଯୋଗ୍ୟ, ବାଇଡେନ ଗତ ଜାନୁଆରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ସେ ଶପଥ ନେବା ପରେ ମୋଦୀ ଟୁଇଟ କରି ଶୁଭେଚ୍ଛା ଜଣାଇଥିଲେ ।

Show More

Related Articles

Back to top button