Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମ୍ୟୁନିସିପାଲିଟି, ଏନଏସି ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

ବିଭିନ୍ନ ଏନଏସି ଓ ମ୍ୟୁନିସିପାଲିଟି କାଉନସିଲର ପଦବୀ ପାଇଁ ଆସିଲା ସଂରକ୍ଷଣ ତାଲିକା ।

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍‌ମିଟ୍‌ର ଜରିଆରେ ଏହି ତାଲିକା ପ୍ରକାଶ କରିଛନ୍ତି । ରାଜ୍ୟର ୧୦୭ ଏନଏସି ଓ ମ୍ୟୁନିସିପାଳିଟି ପାଇଁ ୧୭୫୬ କାଉନସିଲର ପଦବୀ ରହିଛି । ତନ୍ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତି ପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ମହିଳାଙ୍କ ପାଇଁ ୬୧୩ ଓ ଅଣସଂରକ୍ଷିତ ପାଇଁ ୬୬୮ ଟି ଆସନ ସଂରକ୍ଷଣ ନେଇ ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ସେହିପରି ଫେୃଆରୀ ୧୦ ତାରିଖରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଯାହାର କିଛି ଆପତ୍ତି ଓ ଅଭିଯୋଗ ଥିବ, ତେବେ ୧୧ ରୁ ୧୬ ମଧ୍ୟରେ ଦାଖଲ କରିପାରିବେ । ଏହାପରେ ୨୪ରେ ପ୍ରକାଶ ପାଇଁ ଚୂଡାନ୍ତ ଭୋଟର ତାଲିକା । ସେପଟେ ପୌର ଓ ଏନଏସି ନିର୍ବାଚନ ନେଇ ପ୍ରସ୍ତୁତି ଚାଲିଛି । ଖୁବଶୀଘ୍ର ନିର୍ବାଚନ ତାରିଖ ଓ ସଂଶୋଧିତ ଓ୍ୱାର୍ଡ ତାଲିକ ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ ପରେ ଏହି ତାରିଖ ଘୋଷଣ ହେବ ବୋଲି ଆଶା କରାଯାଉଛି । ନିର୍ବାଚନକୁ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଅହରହ ଉଦ୍ୟମ କରୁଛନ୍ତି ।

Show More

Related Articles

Back to top button