ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣ

ମହାଶିବରାତ୍ରୀ ପାଇଁ ବିଏମସିର ଗାଇଡଲାଇନ

ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରିବେନି ଭକ୍ତ

ମହାଶିବରାତ୍ରୀ ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ ଜାରି । ଆସନ୍ତା ୧ ତାରିଖ ମହାଶିବରାତ୍ରୀ । ଲିଙ୍ଗରାଜ ମନ୍ଦିରରେ ଆଡ କାଠ ପାଖରୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରିବେନି ଭକ୍ତ । ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ଅନୁମତି ନାହିଁ ।

ଏହାସହିତ କୋଭିଡ କଟକଣାକୁ ସଠିକ ଭାବରେ ପାଳନ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତକୁ ସାନିଟାଇଜ କରିବାକୁ ବିଏମ୍‌ସିର ପରାମର୍ଶ । ସେବାୟତ ମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ ବ୍ୟକ୍ତି , ଗର୍ଭବତୀ ଓ ୧୨ ବର୍ଷରୁ କମ ଶିଶୁଙ୍କୁ ଜାଗର ଯାତ୍ରାରେ ସାମିଲ ନ ହେବାପାଇଁ ବିଏମସିର ପରାମର୍ଶ । ମନ୍ଦିର ଭିତରେ ଛେପ ପକାଇବା, ଗୁଟୁଖା, ପାନ ଆଦିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସେହିପରି କୌଣସି ମେଳା ବା ଛୋଟ ଅସ୍ଥାୟୀ ବ୍ଯବସାୟୀଙ୍କୁ ବାରଣ କରାଯାଇଛି ।

Show More

Related Articles

Back to top button