ଓଡ଼ିଶାମୁଖ୍ୟ ଖବର

କାର୍ତ୍ତିକ ପୂର୍ଣ୍ଣିମା ଭିଡ଼ ଜମିବା ଆଶଙ୍କାରେ ଜନସାଧାରଣଙ୍କୁ ବେଳାଭୂମି ମନା

ପୁଣି ଗଞ୍ଜାମ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ।

କାର୍ତ୍ତିକ ପୂର୍ଣ୍ଣିମାରେ ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋର ସମୟରୁ ସମୁଦ୍ରରେ ଭିଡ଼ ଜମିବା ସହ ଲୋକମାନେ ବୋଇତ ବନ୍ଦାଣ କରିଥାନ୍ତି। ଯାହାଫଳରେ ସମୁଦ୍ର ବେଳାଭୂମିରେ ବହୁ ଭିଡ଼ ଜମିଥାଏ। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି।

ଆସନ୍ତା ଗୁରୁବାର ଅପରାହ୍ନ ୨ଟାରୁ ଶୁକ୍ରବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ଗୋପାଳପୁର, ଆର୍ଯ୍ୟପଲ୍ଲୀ, ସୋନାପୁର ସମେତ ସମସ୍ତ ସମୁଦ୍ର ବେଳାଭୂମିକୁ ଜନସାଧାରଣଙ୍କ ଯିବା ନେଇ ପ୍ରଶାସନ ପକ୍ଷରୁ ମନା ରହିବା ସହ ବନ୍ଦ ରହିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏନେଇ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Show More

Related Articles

Back to top button