ବଢୁଥିବା କରୋନା ସଂକ୍ରମଣ ନେଇ ରାଜ୍ୟମାନଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର
ସ୍ୱାଧିନତା ଦିବସରେ ଭିଡ଼ କର ନାହିଁ, ମାସ୍କ ପିନ୍ଧ

ଦେଶରେ ପୁଣିଥରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର। ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରିବାକୁ ଦେଶର ପ୍ରସ୍ତୁତି ଜାରି ରଖିଥିବା ବେଳେ କରୋନା ନେଇ ଚେତାବନୀ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ବହୁ ଲୋକ ଗୋଟିଏ ସ୍ଥାନରେ ଏକାଠୀ ହେବାକୁ ମନା କରାଯାଇଛି। ସ୍ୱାଧିନତା ଦିବସରେ ଯେମିତି ବହୁ ଲୋକ ଗୋଟିଏ ଜାଗାରେ ଏକାଠି ନ ହୁଅନ୍ତି ସେ ନେଇ ରାଜ୍ୟସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ତା ସହ ପୂର୍ବ ଭଳି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା ଓ ହାତ ସାନିଟାଇଜ୍ କରିବାକୁ କେନ୍ଦ୍ର ସରକାର ଲୋକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଇତିମଧ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦେଖି ବିଭିନ୍ନ ରାଜ୍ୟରେ କରୋନା ନିୟମକୁ ପାଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ମାସ୍କ ପିନ୍ଧିଇବାକୁ ଲୋକମାନଙ୍କୁ ଅନୁରୋଧ କରିଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ୫୦୦ ଫାଇନ କରାଯାଇଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୧୬୫୬୧ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ କରୋନା ସକ୍ରିୟ ହାର ୫.୪୪% ପ୍ରତିଶତ ହୋଇଛି। ଦେଶର ମୋଟ ସଂକ୍ରମିତ ମଧ୍ୟରେ ଦିଲ୍ଲୀ ଓ ମୁମ୍ବାଇରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ଗତକାଲି ଦିଲ୍ଲୀରେ ୨୭୨୬ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଯାହା ଗତ ୭ ମାସରେ ସର୍ବାଧିକ। ତାସହ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଦିଲ୍ଲୀରେ ସକ୍ରିୟ ହାର ୧୪.୩୮ ପ୍ରତିଶତ ରହିଥିଲା।