Breaking PLUSଦେଶ ବିଦେଶମୁଖ୍ୟ ଖବର

ନିର୍ଦ୍ଧୟୀ ପାଲଟିଗଲା ମଣିଷ, ଜୀବନ୍ତ କୁକୁରକୁ ପାଣିକୁ ଫୋପାଡିଲା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଯୁବକଙ୍କ ଉପରେ ଜୀବନ୍ତ କୁକୁରକୁ ଏକ ବଡ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । କୁକୁରକୁ ପୋଖରୀରେ ଫିଙ୍ଗିବା ବେଳର ଭିଡିଓ ମଧ୍ୟ ଏବେ ଜୋରଦାର ଭାଇରାଲ ହୋଇଛି

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଯୁବକଙ୍କ ଉପରେ ଜୀବନ୍ତ କୁକୁରକୁ ଏକ ବଡ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । କୁକୁରକୁ ପୋଖରୀରେ ଫିଙ୍ଗିବା ବେଳର ଭିଡିଓ ମଧ୍ୟ ଏବେ ଜୋରଦାର ଭାଇରାଲ ହୋଇଛି । ଭିଡିଓଟିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ପ୍ରାୟ 20 ବର୍ଷର ଜଣେ ଯୁବକ ଏକ କୁକୁରକୁ ନିଜ କୋଳରେ ଉଠାଇ ଧରିବା ପରେ ତାକୁ ହଠାତ ଗଭୀର ପାଣି ମଧ୍ୟକୁ ଫୋପାଡି ଦେଉଛି |

ସାମାଜିକ କର୍ମୀ ଅସମା ଖାନ ଏହି ଭିଡିଓ ସମ୍ପର୍କରେ ଭୋପାଳର ପଶୁ କ୍ରୁରତା ନିରାକରଣ କମିଟିର ଅଧ୍ୟକ୍ଷ ଅବିନାଶ ଲାଭାନିଆ ଏବଂ ଭୋପାଳ ପୋଲିସର ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କୁ ଚିଠି ଲେଖିବା ପରେ ସଲମାନ ନାମକ ଏହି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ ହୋଇଛି । ଆସମା ତାଙ୍କ ଚିଠିରେ ଲେଖିଛନ୍ତି, “ଆମେ ଏକ ଭିଡିଓ ପାଇଛୁ, ଯେଉଁଥିରେ ଜଣେ ବ୍ୟକ୍ତି ଜାଣିଶୁଣି କୁକୁରଟିକୁ କାଖେଇବା ସହ ତାକୁ ଗଭୀର ପାଣି ମଧ୍ୟକୁ ଫୋପାଡି ଦେଉଛି ଏହା ସହ ସେ ଏହାକୁ ମଜା ନେବା ସହ ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛି ।

ଏହା ସହ ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଆପଣ ଏହି ଘଟଣାରେ ଶୀଘ୍ର ତଦନ୍ତ କରିବା ସହ ଆଇନ ଅନୁଯାୟୀ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ଯାହାଫଳରେ ପଶୁମାନଙ୍କ ପ୍ରତି ଏପରି ହିଂସା କରିବାକୁ କେହି କେବେ ସାହାସ କରିବେ ନାହିଁ । ଏହି ବିଷୟରେ ପଚରାଯିବାରୁ ଭୋପାଳ ଡେପୁଟି ଇନ୍ସପେକ୍ଟର ଜେନେରାଲ ଇରଶାଦ ୱାଲି କହିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ବିଷୟରେ ଆମେ ଅବଗତ ହୋଇଛୁ । ଆମେ ଏହି ପ୍ରସଙ୍ଗରେ ପଦକ୍ଷେପ ନେଉଛୁ ।

ପରେ, ଅତିରିକ୍ତ ପୋଲିସ ଅଧୀକ୍ଷକ ରାମ ସାନହି ମିଶ୍ର କହିଛନ୍ତି ଯେ ଆଇପିସିର ଧାରା 429 ଅନୁଯାୟୀ ଏହି ମାମଲାରେ ସହରର ଶ୍ୟାମାଲା ହିଲ୍ସ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଛି । ଏଥି ସହ ଶ୍ୟାମଲା ହିଲ୍ସ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ତରୁଣ ଭାଟି କହିଛନ୍ତି ଯେ ଏହି ମାମଲାରେ ସଲମାନ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେ କହିଛନ୍ତି ଯେ ଏହା ଏକ ପୁରୁଣା ଭିଡିଓ ଏବଂ ବର୍ତ୍ତମାନ ଏହାର ସବିଶେଷ ଅନୁସନ୍ଧାନ କରାଯାଉଛି ।

Show More

Related Articles

Back to top button