ଓଡ଼ିଶାମୁଖ୍ୟ ଖବର

ଆସନ୍ତା ୪ଦିନ ରାଜ୍ୟରେ କାଳବୈଶାଖୀ

ଏହାକୁ ଲକ୍ଷ୍ୟ କରି ୪ଦିନ ପାଇଁ ପ୍ରାୟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆସନ୍ତା ୪ଦିନ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଅନୁଭୂତ ହେବ। ପ୍ରାୟ ଜିଲ୍ଲାରେ ବିଜୁଳି ଘଡଘଡି, କୁଆପଥର ଏବଂ ବର୍ଷାର ସମ୍ଭାବନା ରହିଛି। କେତେକ ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହାକୁ ଲକ୍ଷ୍ୟ କରି ୪ଦିନ ପାଇଁ ପ୍ରାୟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ ବିଭାଗ ଆକଳନ ଅନୁସାରେ ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଜପତି, ଗଞ୍ଜାମ, ଢେଙ୍କାନାଳ ଏବଂ ରାୟଗଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପରୋକ୍ତ ଜିଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। କୁଆପଥର ପଡିବ।

Show More

Related Articles

Back to top button