ଓଡ଼ିଶାସ୍ୱାସ୍ଥ୍ୟ

ଦାନ୍ତରେ ଯନ୍ତ୍ରଣା ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖାଦ୍ୟରେ ଅନିୟମିତତା , ଚକୋଲେଟ ଯୁକ୍ତ ଖାଦ୍ୟ ଏବଂ ଅତ୍ୟଧିକ ମୃଦ୍ୟୁ ପାନୀୟ ପିଇ ସାରିବା ପରେ ଦାନ୍ତକୁ ଭଲଭାବରେ ସଫା ନକଲେ ଅନେକ ଦାନ୍ତ ସମସ୍ୟା ଦେଖାଯାଇଥାଏ । ଫଳରେ ଦାନ୍ତରେ ଯନ୍ତ୍ରଣା ହୋଇଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ଘରୋଇ ଉପଚାର ରହିଛି ।

ତେବେ ଆସନ୍ତୁ ଦେଖିବା କଣ ସବୁ ରହିଛି ଘରୋଇ ଉପଚାର ।

1- ଦାନ୍ତରେ ଯନ୍ତ୍ରଣା ହେଉଥିଲେ ୧ ବା ୨ ବୁନ୍ଦା ଲବଙ୍ଗ ତେଲ ଲଗାଇବା ଦ୍ବାରା ବହୁତ ଆରାମ ମିଳିଥାଏ

2- ଏକ ଚାମଚ ଲେମ୍ବୁ ରସ ସହ ଏକ ଚୁଟକି ହେଙ୍ଗୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଦାନ୍ତରେ ଲଗାଇବା ଦ୍ବାରା ଯନ୍ତ୍ରଣାରୁ ଅନେକ ପରିମାଣରେ ଉପଶମ ମିଳିଥାଏ ।

3- ସେହିପରି ଯନ୍ତ୍ରଣା ହେଉଥିବା ଦାନ୍ତରେ ପିଆଜ ଖଣ୍ଡ ଲଗାଇଲେ ଯନ୍ତ୍ରଣା କମିଥାଏ ।

4- ଗୋଟିଏ ବା ଦୁଇଟି ରସୁଣ କୋଲା ଏବଂ ପଥର ଲୁଣକୁ ପେଷ୍ଟ ପ୍ରସ୍ତୁତ କରି ଦିନକୁ ଅତି କମରେ ଦୁଇଥର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାନ୍ତୁ। ଏହା ଦ୍ୱାରା ମଧ୍ୟ ଯନ୍ତ୍ରଣା କମିଥାଏ ।

5-ଏକ ଚାମଚ ଲୁଣକୁ ଏକ ଗ୍ଲାସ ଉଷୁମ ପାଣିରେ ଦିନକୁ ୨ ଥର କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣା ଦୂର ହୁଏ।

6-ପୁଦିନା ପତ୍ରକୁ ପାଣିରେ ଫୁଟାନ୍ତୁ ଏବଂ ଥଣ୍ଡା କରି ​ସେହି​‌ ପାଣିରେ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ଆରାମ ମିଳିଥାଏ।

7-ଏକ ଚୁଟକି ଡାଲଚିନି ପାଉଡର ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଦାନ୍ତରେ ଲଗାଇଲେ ଯନ୍ତ୍ରଣା ଦୂର ହୁଏ।

8-ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚୁଟକି ବେକିଂ ସୋଡା ପକାଇ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Show More

Related Articles

Back to top button