Breaking PLUSଓଡ଼ିଶାପାଣିପାଗ

କୁହୁଡ଼ି ପାଇଁ ରାଜ୍ୟର ୧୦ରୁ ଉର୍ଦ୍ଧ୍ୱ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ସାମାନ୍ୟ କମ୍ ଶୀତ ଅନୁଭୂତ ହେଉଛି । ଅସହ୍ୟ ଜାଡରୁ ନିସ୍ତାର ମିଳିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢିବା ସହିତ ଶୀତ କମିଛି । ହେଲେ ଆସନ୍ତା‌ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏନେଇ ୧୦ରୁ ଉର୍ଦ୍ଧ୍ୱ ଜିଲ୍ଲାକୁ କୁହୁଡ଼ି ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲେ- ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି,ମୟୁରଭଞ୍ଜ ଓ କୋରାପୁଟ । ଏଥିସହିତ ଆଭ୍ୟନ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହା ବ୍ୟତୀତ ଡିସେମ୍ବର ୨୭ରୁ ୨୮ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ ।

Show More

Related Articles

Back to top button