Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା, 3ଶହ ମୃତ

କାବୁଲ- ଆଫ୍‌ଗାନିସ୍ତାନର ବାଘ୍‌ଲାନ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩୦୦ ଲୋକଙ୍କର ମୃତ୍ୟୁ ହାୋଇଥିବା ସୂଚନା ମିଳିଛଇ । ବନ୍ୟାରେ ସହସ୍ରାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି। ଅଧିକାଂଶ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ପହଞ୍ଚାଇବା କଷ୍ଟସାଧ୍ୟ ହୋଇପଡୁଥିବା କୁହାଯାଇଛି। ଶତାଧିକ ଲୋକ ନିଖୋଜ ଥିବାବେଳେ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାରଙ୍କ ମୁଖପାତ୍ର କହିଛନ୍ତି। ପ୍ରବଳ ବର୍ଷାରେ ବଦାଖ୍‌ସାନ୍‌, ଘୋର୍‌ ଏବଂ ହେରାତ୍‌ ପ୍ରଦେଶରେ ମଧ୍ୟ ଧନଜୀବନର କ୍ଷୟକ୍ଷତି ଘଟିଥିବା ଜଣାପଡିଛି।

Show More

Related Articles

Back to top button