Breaking PLUSଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀ ପୋଲିସକୁ ବଡ ସଫଳତା, ୫ ଆତଙ୍କବାଦୀ ଗିରଫ

ଦିଲ୍ଲୀ ସ୍ପେଶାଲ ସେଲ ପୋଲିସକୁ ବଡ ସଫଳତା । ୫ ଆତଙ୍କବାଦୀ ଗିରଫ । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ମହାନଗରରୀ ଶକରପୁର ଅଂଚଳରୁ ଏନକାଉଂଟର ପରେ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ପଞ୍ଜାବର ୨ ଜଣ ଓ କାଶ୍ମୀରର ୩ ଜଣ ଅଛନ୍ତି । କୁହାଯାଉଛି, ଏମାନେ ସମସ୍ତେ ଇସଲାମିକ ଓ ଖଲିସ୍ତାନ ସଙ୍ଗଠନ ସହ ଜଡିତ ଅଛନ୍ତି ।

ଦିଲ୍ଲୀ ସ୍ପେଶାଲ ସେଲ ପୋଲିସକୁ ବଡ ସଫଳତା । ୫ ଆତଙ୍କବାଦୀ ଗିରଫ । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ମହାନଗରରୀ ଶକରପୁର ଅଂଚଳରୁ ଏନକାଉଂଟର ପରେ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ପଞ୍ଜାବର ୨ ଜଣ ଓ କାଶ୍ମୀରର ୩ ଜଣ ଅଛନ୍ତି । କୁହାଯାଉଛି, ଏମାନେ ସମସ୍ତେ ଇସଲାମିକ ଓ ଖଲିସ୍ତାନ ସଙ୍ଗଠନ ସହ ଜଡିତ ଅଛନ୍ତି । ଦୀର୍ଘଦିନ ଧରି ଏମାନଙ୍କୁ ଧରିବା ନେଇ ଅପରେସନ ଚାଲିଥିଲା । ଏମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

ଏ ନେଇ ଦିଲ୍ଲୀ ପୁଲିସ ଆଉ କିଛି ସମୟ ପରେ ସାମ୍ବାଦିକ ସମ୍ମିଳନୀ କରିବ । କୌଣସି ସୁତ୍ରରୁ ଖବର ମିଳିଥିଲା , ଏହି ଆତଙ୍କବାଦୀମାନେ ଶକରପୁର ଅଂଚଳରେ ଲୁଚି ରହିଛନ୍ତି । ଏହାପରେ ଦିଲ୍ଲୀ ପୁଲିସ ଅପରେସନ ଆରମ୍ଭ କରିଥିଲା ।

Show More

Related Articles

Back to top button