ଅପରାଧଆଇନ କାନୁନଦେଶସ୍ୱତନ୍ତ୍ର

ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ

ପାଟନା: ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ । ବିହାରର ଔରଙ୍ଗାବାଦ ଜିଲ୍ଲାରେ ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ମଙ୍ଗଳବାର ଜଣେ ଅଧିକାରୀ ସୂଚନା ଦେଇଥିବାବେଳେ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୬୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ।

ଗତ ରବିବାର ନକଲି ବିଷାକ୍ତ ମଦପିଇ ୨ଜଣ ପ୍ରାଣ ହରାଇଥିବା ବେଳେ ସୋମବାର ୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ଅନ୍ୟ ଦୁଇଜଣ ଲୋକ ଏବେ ଗୟା ଜିଲ୍ଲାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ଏସିପି ଦେଇଥିବା ସୂଚନା ଅନୁଯାୟୀ , ଏହି ପାଞ୍ଚଜଣ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜାଣିବା ଏବେ ସମ୍ଭବ ନୁହେଁ କାରଣ ପୋଲିସ ପହଞ୍ଚିବା ପୂର୍ବରୁ ପରିବାର ଲୋକମାନେ ଶବ ସଂସ୍କାର କରିସାରିଥିଲେ । ବେଆଇନ ଭାବେ ସେହି ଅଞ୍ଚଳରେ ବିଷାକ୍ତ ମଦ ବିକ୍ରି ହେଉଥିବା ସୂଚନା ମିଳିବା ପରେ ଏହାକୁ ଗୁରୁତର ଭାବେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି କନ୍ତେଶ ମିଶ୍ର କହିଛନ୍ତି ।

Show More

Related Articles

Back to top button