Breaking PLUSଦେଶମୁଖ୍ୟ ଖବର

ରୁଦ୍ରପ୍ରୟାଗରେ ଧସିଲା ରାସ୍ତା, 5 ଯାତ୍ରୀ ମୃତ

ମାଟି ତଳେ ପୋତି ହୋଇଗଲା କାର୍

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଭସ୍ଖଳନ ଯୋଗୁ ମାଟିତଳେ ପୋତି ହୋଇଗଲା କାର । ଉଦ୍ଧାର ବେଳେ କାରରୁ 5ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
ରୁଦ୍ରପ୍ରୟାଗରେ ମାଟି ଧସିବା ଯୋଗୁ ଏକ ସ୍ୱିଫ୍ଟ ଡିଜାୟାର କାର ମାଟି ତଳେ ପୋତି ହୋଇଯାଇଥିଲା । ତେବେ ଆଜି ସକାଳେ ରାସ୍ତା ଖୋଳିବା ସମୟରେ କାରଟିକୁ ଉଦ୍ଧାର କରାଯାଇଛି । ଏଥିରୁ 5ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି 5ଜଣ କେଦାରନାଥ ଯାଉଥିବା ଜଣାପଡିଛି । ଏନେଇ ରୁଦ୍ରପ୍ରୟାଗ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋତି ହୋଇଯାଇଥିବା କାରର ନମ୍ବର ହେଉଛି UK 07 TB 6315 । ଆଜି ସକାଳେ ଉଭୟ ପ୍ରାନ୍ତରୁ ରାସ୍ତା ଖୋଳିବା ସମୟରେ ଗାଡିଟିକୁ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ଭସ୍ଖଳନ ପରେ ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।…

Show More

Related Articles

Back to top button