Breaking PLUSଓଡ଼ିଶାମୁଖ୍ୟ ଖବର
ବଲାଙ୍ଗୀରରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ବଲାଙ୍ଗୀରର ଘଞ୍ଚ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏନେଇ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ତେବେ ଏଥିରେ କେହି ମାଓବାଦୀ ମୃତାହତ ହେବାର ଏଯାଏ କୌଣସି ସୂଚନା ନାହିଁ। ସୂଚନା ଅନୁଯାୟୀ, ଗନ୍ଧମାର୍ଦ୍ଦନର ତଳିଆ ଅଞ୍ଚଳ ଭାନପୁରରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଗନ୍ଧମାର୍ଦ୍ଦନର ରେଙ୍ଗାଲି, ମହରାପଦର, ତେଲେନପାଲି ଓ ଭାନପୁର ମାଓପ୍ରବଣ ଅଞ୍ଚଳ ହୋଇଥିବା ହେତୁ ଏଠାରେ ମାଓବାଦୀ ଲୁଚିଥିବାର ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ଅତର୍କିତ ଆକ୍ରମଣ କରିଛନ୍ତି।