
କୋଲକାତା: କୋଲକାତା ସ୍ଥିତ ଦକ୍ଷୀଣ କୋଲକାତାରେ ଥିବା ଟାଲି ଗଞ୍ଜ ଥାନାଅନ୍ତର୍ଗତ କୁନ୍ଦ ଘାଟ ଅଞ୍ଚଳରେ ଥିବା ନାମି ଦାମୀ ଫିଲ୍ମ ଷ୍ଟୁଡିଓ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟଙ୍କର ଅଗ୍ନି କାଣ୍ଡ ଘଟିଛି। ନିଆଁ ଏତେ ଜୋରେ ଲାଗିଛି ଯେ ସାରା ଅଞ୍ଚଳରେ ଥିବା ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀର ୧୪ ଟି ଗାଡି ପହଞ୍ଚି ନିଆଁକୁ ଆୟତ କିରିବାକୁ ଚେଷ୍ଟା ଜାରି ରଖିଛନ୍ତି। ନିଆଁରେ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଥିବା ୪ କୋଟି ଟଙ୍କାର କ୍ୟାମରା ସହ ଫିଲ୍ମରେ ବ୍ୟବହାର ହେଉଥିବା ବହୁ ଆସବାବ ପତ୍ର ପୋଡି ପାଉଁଶ ହୋଇ ଯାଇଥିବା ସୂଚନାମିଳିଛି।