Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ଘଟଣା, ପୂର୍ବତନ ଥାନାଧିକାରୀ ଓ ଗୃହରକ୍ଷୀଙ୍କ ବିରୁଦ୍ଧରେ ମାମଲା ରୁଜୁ

() ଫିରିଙ୍ଗିଆ ଥାନା ଗାଡ଼ିରେ ଗଂଜେଇ ଚୋରା ଚାଲାଣ ଘଟଣା । ଘଟଣାରେ ଫିରିଙ୍ଗିଆ ପୂର୍ବତନ ଥାନାଧିକାରୀ ଓ ଦୁଇ ଗୃହରକ୍ଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଶନିବାର ପୂର୍ବତନ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ, ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବିନ୍ଦ୍ର ନାୟକଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ଅତିରିକ୍ତ ଏସପିଙ୍କ ଦ୍ୱାରା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସୁପାରିସ ପରେ ଏହି ମାମଲା ରୁଜୁ କରାଯାଇଛି ।

ଅନ୍ୟପଟେ ମାମଲା ରୁଜୁ ପରେ ଆସନ୍ତା ୨୮ରେ କନ୍ଧମାଳ ମିିଳିତ ମଂଚ ପକ୍ଷରୁ ଡ଼ାକରା ଦିଆଯାଇଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିବା ମଂଚ ପକ୍ଷରୁ କୁହାଯାଇଛି । ତେବେ ଫିରିଙ୍ଗିଆ ଥାନା ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ବଡ଼ ଉତେଜନା ଦେଖାଦେଇଥିଲା । ଏଥିରେ ସମ୍ପୃକ୍ତି ଥିବା ଥାନା ଅଧିକାରୀଙ୍କ ନାଁରେ ଅଭିଯୋଗ କରି ବିଭିନ୍ନ ସ୍ଥାନରେ ରାସ୍ତାରୋକ, ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ଆଦି ହୋଇଥିଲା ।

Show More

Related Articles

Back to top button