
ନାଟୋରେ ସାମିଲ ହେବେ ଫିନଲାଣ୍ଡ ଏବଂ ସ୍ବିଡେନ । ଏନେଇ ଆମେରିକାର ସିନେଟରେ ଉଭୟ ଶାସକ ଦଳ ଏବଂ ବିରୋଧୀମାନେ ଫିନଲାଣ୍ଡ ଏବଂ ସ୍ବିଡେନର ଅନ୍ତର୍ଭୂକ୍ତିକୁ ସମର୍ଥନ କରିଛନ୍ତି। ତେବେ ଏହି ସପକ୍ଷରେ ୯୫ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ପଡ଼ିଥିଲା ଗୋଟିଏ ଭୋଟ ।ସିନେଟର ବହୁମତ ଦେଖିବା ପାଇଁ ସିନେଟ ମେଜରିଟି ନେତା ଚକ ଶୁମର ଫିନଲାଣ୍ଡ ଏବଂ ସ୍ବିଡେନର କୂଟନୀତିଜ୍ଞମାନଙ୍କୁ ଚାମ୍ବର ଗ୍ୟାଲେରୀକୁ ନିମନ୍ତ୍ରଣ କରିଥିଲେ। ରାଷ୍ଟ୍ରପତି ଜୋ ବାଇଡେନ ଦୁଇ ଦେଶକୁ ଶୀଘ୍ର ନାଟୋରେ ଯୋଗଦେବାକୁ ଆହ୍ବାନ ଦେଇଥିଲେ।
ବର୍ତ୍ତମାନ ନାଟୋର ୩୦ଜଣ ସଦସ୍ୟ ରାଷ୍ଟ୍ର ଅଛନ୍ତି। ବିଗତ ତିନି ମାସ ମଧ୍ୟରେ, ଉତ୍ତର ୟୁରୋପର ଦୁଇ ସମୃଦ୍ଧ ଦେଶର ପ୍ରାର୍ଥୀତାକୁ ଅର୍ଦ୍ଧରୁ ଅଧିକ ସଦସ୍ୟ ସମର୍ଥନ କରିଛନ୍ତି। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ମଧ୍ୟରେ ଦୁଇ ଦେଶ ମେ ମାସରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିଥିଲେ। କିନ୍ତୁ ଏଥିପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଅନୁମୋଦନ ଆବଶ୍ୟକ ପଡିବ ।