Breaking PLUSବଲିଉଡମନୋରଞ୍ଜନମୁଖ୍ୟ ଖବର

ରିଲିଜ ହେଲା ଅକ୍ଷୟ-କାଟ୍ରିନାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି । ରିଲିଜ ହୋଇଯାଇଛି ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଆଜି ଏହି ଫିଲ୍ମ ରିଲିଜ୍‌ ହୋଇଛି । ଅନେକ ଦିନ ପରେ ଅକ୍ଷୟ-କାଟ୍ରିନାଙ୍କ ଏହି ଫିଲ୍ମ ରିଲିଜ୍‌ ହୋଇଥିବାରୁ ଦର୍ଶକ ଉତ୍ସାହିତ ଅଛନ୍ତି । ତାଙ୍କ ଦୁଇ ଜଣଙ୍କ ଯୋଡିକୁ ଦର୍ଶକ ସବୁବେଳେ ବେଶ୍‌ ପସନ୍ଦ କରିଥାନ୍ତି ।

ଏହି ଫିଲ୍ମରେ ଦମଦାର ଆକ୍ସନ ସହ କମେଡିର ତଡକା ଜୋରଦାର ରହିଛି । ଦେଶର ତିନି ହଜାରରୁ ଅଧିକ ଓ ବିଦେଶରେ ୧୩୦୦ ସ୍କିିନରେ ରିଲିଜ୍‌ ହୋଇଛି ଏହି ଫିଲ୍ମ । ଅନେକ ଜାଗାରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ରେ ପ୍ରବଳ ଭିଡ ମଧ୍ୟ ଲାଗି ରହିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ୍‌ ଶେଟ୍ଟୀ । ତେବେ ଏହାର ଗୀତ ରିଲିଜ ହେବା ପରେ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି ।

Show More

Related Articles

Back to top button