Breaking PLUSଜୀବନଚର୍ଯ୍ୟାବଲିଉଡମୁଖ୍ୟ ଖବରସେଲିବ୍ରିଟି

ସଲ୍‌ମାନ ଖାନ୍‌ଙ୍କୁ ହତ୍ୟା ଭୟ

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲ୍‌ମାନ ଖାନ୍‌ଙ୍କୁ ହତ୍ୟା ଭୟ। ଯେବେଠୁ ତାଙ୍କୁ ହତ୍ୟା ଧମକ ମିଳିଛି ସେବେଠୁ ତାଙ୍କ ଫ୍ୟାନ୍‌ମାନେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାଇଜାନଙ୍କ ସୁରକ୍ଷା କଡାକଡି କରିଦିଆଯାଇଛି। ଏପରିକି ମୁମ୍ବାଇ ପୁଲିସ ହତିଆର ରଖିବା ପାଇଁ ତାଙ୍କୁ ଲାଇସେନ୍ସ ମଧ୍ୟ ଜାରି କରିସାରିଛନ୍ତି। ଏବେ ଆଉ ପାଦେ ଆଗକୁ ଯାଇ ଦବଙ୍ଗ ଖାନ ନିଜ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛନ୍ତି। ସେ ନିଜ ଗାଡିକୁ ବୁଲେଟ୍‌ ପ୍ରୁଫ୍‌ କାର୍‌ରେ ପରିଣତ କରିଛନ୍ତି। ସଲମାନ ନିଜ ଟୟୋଟା ଲ୍ୟାଣ୍ଡ କ୍ରୁଜର୍‌ କାର୍‌କୁ ଅପ୍‌ଗ୍ରେଡ୍‌ କରିଛନ୍ତି। ଏଥିରେ ବୁଲେଟ୍‌ ପ୍ରୁଫ୍‌ ସ୍କ୍ରିନ୍‌ ଲଗାଇଛନ୍ତି ସେ। ସୋମବାର ସଲ୍‌ମାନଙ୍କୁ ଏକ ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରେ ଯାଉଥିବାର ଦେଖିବାକୁ ମିଳିଛି। ମୁମ୍ବାଇର ବିମାନ ବନ୍ଦରରେ ସଲମାନ୍‌ଙ୍କୁ ଦେଖିବାକୁ ମିଳିଥିଲା। ସେ ସେଠାରେ ଟୟଟା ଲ୍ୟାଣ୍ଡ୍‌ କ୍ରୁଜର୍‌ ଗାଡ଼ିରୁ ଓହ୍ଲାଇଥିଲେ, ଯାହାର ଦାମ ହେଉଛି ୧.୫ କୋଟି ଟଙ୍କା। ଗାଡ଼ିଟିର ଇଞ୍ଜିନ୍‌ କାପାସିଟି ୪୪୬୧-ସିସି ହୋଇଥିବା ବେଳେ ବିଏଚ୍‌ପି ପାୱାର୍‌ ୨୬୨ ରହିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଗାଡ଼ିଟି ସମ୍ପୂର୍ଣ୍ଣ ରୂପେ ବୁଲେଟ୍‌ ପ୍ରୁଫ୍‌। ଅର୍ଥାତ, ସଲ୍‌ମାନଙ୍କୁ ଏହା ବନ୍ଧୁକ ଗୁଳିରୁ ସୁରକ୍ଷା ଦେବ।

Show More

Related Articles

Back to top button