ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଟ୍ରକ୍‌ ମଝିରେ ଚାପି ହୋଇଗଲେ ବାଇକ୍‌ ଚାଳକ

ରାୟଗଡ଼ା : କୋଇଲା ବୋଝେଇ ଟ୍ରକ୍‌କୁ ଓଭରଟେକ୍‌ କରୁଥିଲେ ବାଇକ୍‌ ଚାଳକ। ହଠାତ୍‌ ସମ୍ମୁଖରୁ ମିନି ଟ୍ରକ୍‌ ପଳାଇ ଆସିଥିଲା। ଯାହାଫଳରେ ଦୁଇ ଟ୍ରକ୍‌ ମଝିରେ ଚାପି ହୋଇଗଲେ ବାଇକ୍‌ ଚାଳକ। ଆଜି ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାୟଗଡ଼ା ଦେଇ ଯାଇଥିବା ୫ ନମ୍ୱର ଜାତୀୟ ରାଜପଥରେ। ଏହି ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଭବାନୀପାଟଣା ସମ୍ଭୁନଗର ପଡ଼ାର ଅଜୟ ସାସ୍ମଲ୍‌ କୌଣସି କାମରେ ମୁନିଗୁଡ଼ା ଆସିଥିଲେ। କାମ ସାରି ତାଙ୍କ ସାଥୀଙ୍କ ସହିତ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ରାୟଗଡ଼ା ଦେଇ ଯାଇଥିବା ୫ ନମ୍ୱର ଜାତୀୟ ରାଜପଥର ଅମ୍ବାଦଳା ଥାନା ନିକଟସ୍ଥ କନ୍ଧ ମଞ୍ଜୁରୁକୁପାରେ ଆଗରେ ଯାଉଥିବା କୋଇଲା ବୋଝେଇ ଟ୍ରକ୍‌କୁ ଓଭରଟେକ୍‌ କରୁଥିଲେ। ଠିକ୍‌ ସେହି ସମୟରେ ସମ୍ନାରୁ ଆସୁଥିଲା ଗୋଟିଏ ମିନି ଟ୍ରକ୍‌। ଯାହାଫଳରେ ଦୁଇ ଟ୍ରକ୍‌ ମଝିରେ ଚାପି ହୋଇଗଲେ ଅଜୟ।

ବାଇକ ସମ୍ମୁଖକୁ ପଳାଇ ଆସିଥିବାରୁ ଦୁଇ ଟ୍ରକ୍‌ ଭାରସାମ୍ୟ ହରାଇ ମୁହାମୁହିଁ ଧକ୍କା ହୋଇଥିଲେ। ମଝିରେ ଚାପି ଯାଇଥିଲେ ଅଜୟ ସ୍ମାଇଲ୍‌। ଘଟଣା ସ୍ଥଳରେ ଅଜୟଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଓ ମିନିଟ୍ରକ୍‌ ହେଲ୍‌ପର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଓ ପୁଲିସ୍‌ ଉଭୟଙ୍କୁ ଉଦ୍ଧାର କରି ମୁନିଗୁଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି।

Show More

Related Articles

Back to top button