Breaking PLUSଓଡ଼ିଶାମୁଖ୍ୟ ଖବର
ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ; ବନ୍ୟାରେ ଧାନ ଫସଲ ଧୋଇଗଲା ପରେ ହେଉନି ବର୍ଷା
ଜଗତସିଂହପୁର ଜିଲ୍ଲାରେ ଚଳିତ ବନ୍ୟାରେ ବ୍ୟାପକ ଧାନ ଫସଲ ଧୋଇ ଯାଇଛି। ପରେ ଏବେ ବର୍ଷା ଅଭାବରୁ ବିଲ ଫାଟି ଆଁ କରିବା ଫଳରେ ଅବଶିଷ୍ଟ ଧାନ ଫସଲ ଏବେ ଉଜୁଡ଼ିବାକୁ ବସିଛି।

ଯାହାକୁ ନେଇ ଜିଲ୍ଲାର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ୮୩ ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ହୋଇଥିବା ବେଳେ ଏଥିରୁ ପ୍ରାୟ ୨୦ ହଜାର ହେକ୍ଟର ଧାନ ଫସଲ ବନ୍ୟା ଓ ପଛୁଆଣି ପାଣିରେ ନଷ୍ଟ ହୋଇ ଯାଇଛି।
ଏବେ ପ୍ରାୟ ୩୦ ହଜାର ହେକ୍ଟର ଚାଷ ଜମି ବର୍ଷା ଅଭାବରୁ ଫାଟି ଆଁ କରିଛି। ଜିଲ୍ଲାରେ ମାଛଗାଁ ଓ ତାଳଦଣ୍ଡା ପରି ଦୁଇଟି ବୃହତ କେନାଲ ଥିଲେ ମଧ୍ୟ କେନାଲରେ ଆବଶ୍ୟକୀୟ ପାଣି ନ ଥିବାରୁ ଚାଷ ଜମିକୁ କେନାଲ ପାଣି ମଧ୍ୟ ମାଡ଼ିବା ସମ୍ଭବ ହେଉନି। ଫଳରେ ଧାର୍ କରଜ କରି ଚାଷ କାମ ଆରମ୍ଭ କରିଥିବା ଚାଷୀ ଏବେ ଋଣ କେମିତି ସୁଝିବେ ଓ ବର୍ଷକର ଆହାର କେଉଁଠୁ ଯୋଗାଡ଼ କରିବେ ଏବେ ସେସେଇ ସେମାନଙ୍କୁ ଚିନ୍ତା ଘାରିଛି।