Breaking PLUSଦେଶମୁଖ୍ୟ ଖବର

ଡିସେମ୍ବର ୬ରେ କୃଷକଙ୍କ ଦିଲ୍ଲୀ ଯାତ୍ରା

ବିଭିନ୍ନ ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଡିସେମ୍ବର ୬ରେ କୃଷକମାନେ ଦିଲ୍ଲୀ ଯାତ୍ରା କରିବେ ବୋଲି ଜଣାପଡିଛି। ସୋମବାର ଏକ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ଓ ‘କିଷାନ ମଜଦୁର ମୋର୍ଚ୍ଚା’ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଚଳିତବର୍ଷ ଫେବୃଆରୀ ୧୩ରେ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିବାବେଳେ ବର୍ତ୍ତମାନ କୃଷକମାନେ ଦିଲ୍ଲୀ ସଂଲଗ୍ନ ଶମ୍ଭୁ ଓ ଖାନାଉରି ସୀମାରେ ଡେରା ପକାଇଛନ୍ତି। ଇତିମଧ୍ୟରେ ୯ ମାସ ଅତିକ୍ରାନ୍ତ ହୋଇସାରିଥିବାବେଳେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ସେମାନେ ବାଧ୍ୟ ହୋଇ ଡିସେମ୍ବର ୬ରେ ଦିଲ୍ଲୀରେ ପ୍ରବେଶ କରିବେ ବୋଲି କିଷାନ ମଜଦୁର ମୋର୍ଚ୍ଚା ନେତା ସ୍ବରଣ ସିଂହ ପାନ୍ଧେର କହିଛନ୍ତି।

Show More

Related Articles

Back to top button