Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ବଜ୍ରପାତରେ କପା ଚାଷ ଜମିରେ ଚାଷୀଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : ବଜ୍ରପାତ ଯୋଗୁଁ କପା ଚାଷ ଜମିରେ ଆଖି ବୁଜିଲେ ଚାଷୀ। ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଚାଷ ଜମିରେ ହିଁ ଚାଷୀଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଏକ ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଳ୍ଲା ତୁରେଇକେଲା ନାଥା ଅଞ୍ଚଳରେ ଘଟିଛି। ତୁରକେଲା ଥାନା କାଦୋବେଡା ଗାଁର ପତି ଝାଙ୍କର ପେଶାରେ ଜଣେ ଚାଷୀ। ଆଜି ସେ ନିଜ ଚାଷ ଜମିକୁ କପା ଚାଷ କରିବାକୁ ଯାଇଥିଲେ। ଜଙ୍ଗଲ ପାଖ ବିଲରେ କାମ କରୁଥିବା ବେଳେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ବର୍ଷିବା ସହିତ ଘଡ଼ଘଡ଼ି ମଧ୍ୟ ମାରିଥିଲା। ଫଳରେ ସେ ଚେତାଶୂନ୍ୟ ହୋଇ ଚାଷ ଜମିରେ ପଡ଼ିଯାଇଥିଲେ। ଅନ୍ୟପକ୍ଷରେ ପତି ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ। ପରେ ପରିବାର ଲୋକେ ଗାଁ ପାଖ ଜଙ୍ଗଲ ବିଲକୁ ଖୋଜିବାକୁ ଯାଇଥିଲେ। ସେତେବେଳେ ସ୍ୱାମୀ ବିଲରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁରେଇକେଲା ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Show More

Related Articles

Back to top button