ଦେଶବଲିଉଡବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

ଆରପାରିରେ ସିନେ ଜଗତର ପ୍ରସିଦ୍ଧ ଅଭିନେତା ଶିବକୁମାର

ମୃତ୍ୟୁର କାରଣ ଅସ୍ପଷ୍ଟ

ଦିଲ୍ଲୀ: ଆରପାରିରେ ସିନେ ଜଗତର ପ୍ରସିଦ୍ଧ ଅଭିନେତା ତଥା ସ୍କ୍ରିନ୍‌ ରାଇଟର ଶିବା କୁମାର ସୁବ୍ରମଣ୍ୟମ । ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁର କାରଣ  ଅସ୍ପଷ୍ଟ ରହିଛି । ଶିବ କୁମାର ଅନେକ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ସେ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ସାନ୍ୟା ମଲହୋତ୍ରାଙ୍କ ଜେଜେବାପା ଭୂମିକାରେ ଶେଷଥର ପାଇଁ ନଜର ଆସିଥିଲେ ।

 ‘ପରିନ୍ଦା’ ଏବଂ ‘ହଜାରୋ ଖ୍ୱାହିସ୍‌ ଏସି’ ପାଇଁ ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ ହୋଇଥିଲେ ଶିବକୁମାର ।  ଶିବ କୁମାର ଏହା ବ୍ୟତୀତ ‘ହିଚକୀ’, ‘ଟୁ ଷ୍ଟେଟସ୍‌’, ‘ତିନ ପତ୍ତି’ ଏବଂ ‘ପ୍ରହାର’ ପରି ଫିଲ୍ମରେ କାମ କରିଥିଲେ । ତେବେ ‘ତୁ ମେରା ସଣ୍ଡେ’ ନାମକ ଫିଲ୍ମ ପାଇଁ ତାଙ୍କୁ ବେଶ୍‌ ପ୍ରଶଂସା ମିଳିଥିଲା । ଫିଲ୍ମ ଛଡ଼ା ସେ ବହୁ ପ୍ରସିଦ୍ଧ ଟେଲିଭିଜନ ଶୋ’ରେ ନଜର ଆସିଛନ୍ତି ।

ତେବେ ଶିବ କୁମାରଙ୍କ ଦେହାନ୍ତ ଖବରକୁ ନେଇ ସିନେ ଇଣ୍ଡଷ୍ଟ୍ରୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ  ସ୍ୱାନନ୍ଦ କିରକିରେ, ହଂସଲ ମେହତା ପରି ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର ସକାଳ ୧୧ଟାରେ ମୋକ୍ଷଧାମ ହିନ୍ଦୁ ଶ୍ମଶାନଭୂମିରେ ହେବ ।

Show More

Related Articles

Back to top button