Breaking PLUSଓଡ଼ିଶାମୁଖ୍ୟ ଖବର

କଟକରୁ ପୁଣି ନକଲି ଘିଅ କାରଖାନା ଠାବ

ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । ଆଜି ସିଡିଏ ସେକ୍ଟର-୯ରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ୍ । ଏହି ଘଟଣାରେ କାରଖାନା ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ମର୍କତନଗର ଥାନା ପୋଲିସ । ନକଲି ଘିଅର ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

ଆଜି କୌଣସି ସୂତ୍ରରୁ ଖବର ପାଇଁ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଥିଲା ମର୍କତନଗର ଥାନା ପୋଲିସ । ସେଠାରୁ ବିପୁଳ ପରିମାଣର ଘିଅ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ ହୋଇଛି । କେବେଠାରୁ ଏହି କମ୍ପାନୀର ଘିଅ ମାର୍କେଟରେ ବିକ୍ରି ହେଉଛି ସେନେଇ ଆରମ୍ଭ ହୋଇଛି ଖୋଳତାଡ ।

ପୂର୍ବରୁ ବିଭିନ୍ନ ସମୟରେ କଟକରୁ ବିଭିନ୍ନ ଭେଜାଲ ସାମଗ୍ରୀ ଫ୍ୟାକ୍ଟ୍ରି ଠାବ ହୋଇଛି । କେତେବେଳେ ତେଲ ତ କେବେ ଘିଅ । ପୁଣି କେବେ ନକଲି ସସ୍, ପନିର, ମସଲା ଗୁଣ୍ଡ । ଯେତେ ଯାହା କଲେ ବି ଭେଜାଲ୍ ସାମଗ୍ରୀ କାରବାର ଉପରେ ରୋକ ଲାଗି ପାରୁନି ।

Show More

Related Articles

Back to top button