Breaking PLUSଓଡ଼ିଶାମୁଖ୍ୟ ଖବର

ବିପଦ ସଙ୍କେତ ଉପରେ ଜଳକା, ବାଲେଶ୍ୱରରେ ବନ୍ୟା ଆଶଙ୍କା

ଲଘୁଚାପ ଜନିତ ବର୍ଷା ଯୋଗୁଁ ପୁଣି ଫୁଲୁଛି ଜଳକା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି ।

ଲଘୁଚାପ ଜନିତ ବର୍ଷା ଯୋଗୁଁ ପୁଣି ଫୁଲୁଛି ଜଳକା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ବର୍ଷା ହେବା ଫଳରେ ନଦୀର ଜଳସ୍ଥର ବଢିବାରେ ଲାଗିଛି। ତେବେ ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୭ଟା ସୁଧା ୬.୧୦ ମିଟରରେ ଜଳ ପ୍ରବାହିତ ହେଉଛି। ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକର ୧୦ଟି ପଞ୍ଚାୟତ ମଥାନୀ, ବାହରଦା, ପତ୍ରଝଡା, ରାଉତପଡା, ବ୍ରାହ୍ମଣଦା, ସଦାନନ୍ଦପୁର ଓ ସଦର ବ୍ଳକର ୨ଟି ପଞ୍ଚାୟତରେ ଶ୍ରୀରାମପୁର ବନ୍ୟା ହେବାର ଆଶଙ୍କା ରହିଛି ।

Show More

Related Articles

Back to top button