Breaking PLUSଓଡ଼ିଶାମୁଖ୍ୟ ଖବର

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲା, ଦଣ୍ଡାଦେଶ ମିଳିବାର କିଛି ସମୟ ମଧ୍ୟରେ ଦିଲ୍ଲୀପ ରାୟଙ୍କୁ ମିଳିଗଲା ଜାମିନ୍

କୋଇଲା ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ବେଲ୍ । ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲ ବଣ୍ଡରେ ତାଙ୍କୁ ଜାମିନ ମିଳିଛି । ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଦୋଷୀଙ୍କ ଜାମିନ ମଧ୍ୟ ମଞ୍ଜୁର ହୋଇଛି ।

୧୯୯୯ରେ ଝାଡ଼ଖଣ୍ଡ ବ୍ରହ୍ମଡିହ କୋଇଲା ଖଣି ଆବଣ୍ଟନ ଅନିୟମିତତା ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଆଜି ତିନି ବର୍ଷ ଜେଲଦଣ୍ଡ ଶୁଣାଇଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ୍ ଜଷ୍ଟିସ ଭାରତ ପରାସର ।

ଦିଲ୍ଲୀପଙ୍କ ସମେତ କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ଏବଂ କାଷ୍ଟ୍ରନ ଟେକ୍ନୋଲୋଡି ଲିଃ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲଙ୍କୁ ବି ତିନି ବର୍ଷ ଲେଖାଏଁ ଦଣ୍ଡାଦେଶ ହୋଇଥିଲା । ଅକ୍ଟୋବର ୬ ତାରିଖରେ ଏମାନଙ୍କୁ କୋଲ୍ ବ୍ଲକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲ୍ ସ୍ୱତନ୍ତ୍ର ସିବିଆଇ କୋର୍ଟ ।

Show More

Related Articles

Back to top button