ଓଡ଼ିଶାଶିକ୍ଷା

ଏଣିକି ମାଟ୍ରିକ୍ ଛାତ୍ରଛାତ୍ରୀମାନେ ମନଇଚ୍ଛା ପରିବର୍ତ୍ତନ କରିପାରିବେ ନାହିଁ ତୃତୀୟ ଭାଷା ବିଷୟ

ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଏଣିକି ରାଜ୍ୟରେ ମାଟ୍ରିକ୍ ଛାତ୍ରଛାତ୍ରୀମାନେ ମନଇଚ୍ଛା ପରିବର୍ତ୍ତନ କରିପାରିବେ ନାହିଁ ତୃତୀୟ ଭାଷା ବିଷୟ । ରେଜିଷ୍ଟ୍ରେସନ ସମୟରେ ଯାହା ଇଚ୍ଛାଧୀନ ବିଷୟ ରଖିଥିବେ ସେହି ବିଷୟରେ ହିଁ ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ବାବଦରେ ଅବଗତ କରାଇ ଦିଆଯାଇଛି ।

ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ତୃତୀୟ ଭାଷା ମନଇଚ୍ଛା ବଦଳାଇଥାନ୍ତି । ଏହାଫଳରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ପରୀକ୍ଷା ପ୍ରଶ୍ନପତ୍ର ନିଅଣ୍ଟ ପଡ଼ିବା ସହିତ ପରୀକ୍ଷା ପରେ ରୋଲ ନମ୍ବର ଅନୁସାରେ ମୂଲ୍ୟାଙ୍କନ କରିବା ଆଦି କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଥାଏ । ଚଳିତ ବର୍ଷ ପରୀକ୍ଷାର୍ଥୀମାନେ ମନଇଚ୍ଛା ତୃତୀୟ ଭାଷା ପରିବର୍ତ୍ତନ କରିଥିଲେ । ତେଣୁ ତୃତୀୟ ଭାଷା ବିଷୟ ପରୀକ୍ଷାକୁ ନେଇ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଫଳରେ ଆଉ କୌଣସି ସମସ୍ୟା ସୃଷ୍ଟି ହେବନାହିଁ ।

Show More

Related Articles

Back to top button