Breaking PLUSଓଡ଼ିଶାଜୀବନଚର୍ଯ୍ୟାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

୧୪ ବର୍ଷର ଝିଅ ମୃତ୍ୟୁ ପରେ ବି ଦୁଇ ଜଣଙ୍କୁ ଜୀବନ ଦେଇଗଲା

କଟକ: ଚିରଦିନ ପାଇଁ ମନେ ରହିବ ୧୪ ବର୍ଷର ଝିଅ ସ୍ମୃତି ସମୃଦ୍ଧି । ମୃତ୍ୟୁ ପରେ ବି ଦେଇଗଲା ଜୀବନ। କଟକ ଏସସିବି ମେଡିକାଲ କିଡନୀ ବିଭାଗରେ ହୋଇଛି ବିରଳ କାଡାଭରିକ ସର୍ଜରୀ । ୧୪ ବର୍ଷର ଝିଅ ସ୍ମୃତିଙ୍କ ମୃତ୍ୟୁ ପରେ ତାଙ୍କ କିଡନୀ ଲାଗିଛି ଆଉ ୨ ଜଣଙ୍କ ଦେହରେ । ଏସସିବିରେ ଅପରେସନ୍ ସଫଳ ହୋଇଥିବା ବେଳେ ରୋଗୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି କର୍ତ୍ତୃପକ୍ଷ । ଏବେ ରୋଗୀଙ୍କୁ ପର୍ଯ୍ଯବେକ୍ଷଣରେ ରଖାଯାଇଛି ଓ ୭ ଦିନ ପରେ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି । କିଡନୀ ଦାନ କରିଥିବା ଝିଅ ଓ ତାଙ୍କ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀଙ୍କ ପରିବାର ଲୋକ । ଡାକ୍ତର ସୁନୀତାଙ୍କ ଝିଅ ସ୍ମୃତି ସମୃଦ୍ଧି । ସ୍ମୃତିଙ୍କ ବ୍ରେନ୍ ଡେଡ୍ ପରେ ପରିବାର ଲୋକେ ତାଙ୍କ କିଡନୀକୁ ଦାନ କରିଛନ୍ତି । ଫଳରେ ବଞ୍ଚି ଯାଇଛି ଆଉ ଦୁଇ ଦୁଇଟି ଜୀବନ । ଏସସିବି ଓ ଆପଲୋ ହସ୍ପିଟାଲରେ ହୋଇଥିବା ୨ଟି ଯାକ ଅସ୍ତ୍ରୋପଚାର ସଫଳ ହୋଇଛି । ଏସସିବି ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ ଓ ଟିମ୍ ୪ ଘଣ୍ଟାର ଅପରେସନ ପରେ ସଫଳତା ହାସଲ କରିଛନ୍ତି । ସ୍ମୃତିଙ୍କ ପରିବାର ଲୋକଙ୍କ ସହମତିରେ କିଡନୀକୁ ୨ଟିକୁ ଆପଲୋ ଓ ଏସସିବି ନିଆଯାଇଥିଲା । ପୂର୍ବରୁ ପ୍ରସ୍ତୁତ ଥିବା ୨ କିଡନୀ ରୋଗୀଙ୍କ ଠାରେ ସ୍ମୃତିଙ୍କ କିଡନୀ ପ୍ରତିରୋପଣ କରାଯାଇଛି । କିଡନୀ ପ୍ରତିରୋପଣ ପରେ ଖୁସି ହୋଇ ଧନ୍ୟବାଦ ଜଣାଇଛନ୍ତି ଅନାମିକାଙ୍କ ପରିବାର ଲୋକ । ସେମାନେ ମୃତ ସ୍ମୃତି ସମୃଦ୍ଧିଙ୍କୁ ହୃଦୟରୁ ଧନ୍ୟବାଦ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Show More

Related Articles

Back to top button