Breaking PLUSଦେଶମୁଖ୍ୟ ଖବର
କାଲି ଓଡ଼ିଶା ଆସୁଛନ୍ତି ଇଡିର ମହାନିର୍ଦ୍ଦେଶକ

ପୁରୀ- କାଲି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ରାହୁଲ ନବୀନ। ଏହି ସମୟରେ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି। ଭୁବନେଶ୍ୱର, ପୁର ଓ କଟକ ଗସ୍ତ କରିବେ ରାହୁଲ ନବୀନ। ଏହି ସମୟରେ ପୁରୀରେ ଦୁଇଦିନ ଅବସ୍ଥାନ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ କଟକରେ ଜଷ୍ଟିସ ଅରଜିତ ପଶାୟତଙ୍କ ବାସଭବନରେ ହେବାକୁ ଥିବା ସମୀକ୍ଷା ବୈଠକରେ ଯୋଗଦେବେ। ପରେ ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶାଖା କାର୍ଯ୍ୟାଳୟ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।