ଓଡ଼ିଶାବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ପାଇବେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଡ. ଗୌରହରି ଦାସ ପାଇବେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର। ୨୦୧୮ ମସିହାରେ ପ୍ରକାଶିତ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଅକ୍ଟୋବର ୨୬ ତାରିଖରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ତାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଭଦ୍ରକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଡ. ଗୌରହରି ଦାସଙ୍କ ପିଲା ବେଳ ସଂଘର୍ଷମୟ ଥିଲା। ସ୍କୁଲ ଶିକ୍ଷା ସରିବା ପରେ କଟକ ରେଭେନ୍ସା ଇଭିନିଂ କଲେଜରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ତା’ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମ୍‌ଏ କରିଥିଲେ। ପାଠପଢ଼ା ସହିତ ଲେଖାଲେଖି କରୁଥିଲେ। ଉଭୟ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଗୌରହରି ଦାସଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ଜୁଆର ଭଟ୍ଟା’ ୧୯୮୧ ମସିହାରେ ପ୍ରକାଶ ପାଇଥିଲା। ଦୈନିକ ସମ୍ୱାଦପତ୍ର ‘ସମ୍ୱାଦ’ରେ କାର୍ଯ୍ୟକରୁଥିବା ଗୌରହରିଙ୍କ ସ୍ତମ୍ଭ ‘ଜୀବନର ଜଳଛବି’ ବେଶ୍‌ ଲୋକପ୍ରିୟ।

Show More

Related Articles

Back to top button