
ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ କଲା ‘ଏଲିସ୍’ । ବିଶ୍ୱର ପ୍ରଥମ ବିଦ୍ୟୁତ ଚାଳିତ ବିମାନ ସଫଳତାର ସହ ଶେଷକରିଛି ତାର ପ୍ରଥମ ଉଡ଼ାଣ । ଗୁରୁବାର ଗ୍ରାଣ୍ଟ କାଉଣ୍ଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୂର୍ବାହ୍ନ ୭ଟା ୧୦ ମିନିଟରେ ବିମାନଟି ଉଡାଣ କରିଥିଲା। ଏହି ସମୟରେ ବିମାନଟିକୁ ୩୫୦୦ ଫୁଟ ଉଚ୍ଚରେ ୮ ମିନିଟ୍ ପର୍ଯ୍ୟନ୍ତ ଉଡାଯାଇଥିଲା।
ସୂଚନାଯୋଗ୍ୟ, ବିମାନକୁ ଏଭିଏସନ ଏୟାରକ୍ରାଫ୍ଟ ନିର୍ମାଣ କରିଛନ୍ତି। ଏହି ଖାସ ବିମାନକୁ ସେହି ସବୁ ବିମାନ ବନ୍ଦରରୁ ସଞ୍ଚାଳିତ କରାଯାଇ ପାରିବ ଯେଉଁଠି ଶବ୍ଦ ଯୋଗୁ ସଞ୍ଚାଳନ ପ୍ରତିବନ୍ଧିତ କରାଯାଇଛି।