Breaking PLUSଦେଶମୁଖ୍ୟ ଖବର
ରାଜସ୍ଥାନର କପର ମାଇନ୍ସରେ ଲିଫ୍ଟରେ ଅଘଟଣ

ରାଜସ୍ଥାନର ଝୁନ୍ଝୁନୁ ଜିଲା ଅନ୍ତର୍ଗତ ହିନ୍ଦୁସ୍ତାନ କପର୍ ଲିମିଟେଡ୍ର କୋଲିହାନ ଖଣିରେ ମଙ୍ଗଳବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ରାଜସ୍ଥାନରେ ନିମ ଥାନା ସ୍ଥିତ ହିନ୍ଦୁସ୍ଥାନ କପର ଲିମିଟେଡର କୋଲିହାନ ଖଣିରେ ଫସିରହିଥିବା 15ଜଣ ଲୋକଙ୍କ ମଧ୍ୟରୁ 8ଜଣଙ୍କୁ ସୁରକ୍ଷିତ ବାହାର କରାଯାଇଛି । ପ୍ରଥମ ରାଉଣ୍ଡରେ ବୁଧବାର ସକାଳ ପ୍ରାୟ 7ଟା ବେଳେ ଖଣିରୁ 3ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା, ଏହାପରେ ସେମାନଙ୍କୁ ଜୟପୁର ରେଫର କରାଯାଇଛି । ଦ୍ୱିତୀୟ ରାଉଣ୍ଡରେ 5ଜଣଙ୍କୁ ଉଦ୍ଧାର କରାଯାଇଛି ।
ମଙ୍ଗଳବାର ସନ୍ଧ୍ୟାରେ ନିମକାଥାନା ଜିଲ୍ଲାର ଖେତଡି ନଗର ସ୍ଥିତ ଖଣିରେ 1875 ଫୁଟର ଗଭୀରରେ ଲିଫ୍ଟର ଚେନ ଛିଣ୍ଡିଯାଇଥିଲା । ଏହା ଭିତରେ 15ଜଣ ଅଧିକାରୀ ଓ କର୍ମଚାରୀ ଫସିରହିଥିଲେ । ଭିତରେ ଫସିଥିବା ଲୋକଙ୍କୁ ରାତିରେ ଔଷଧ ଓ ଫୁଡ ପ୍ୟାକେଟ ଦିଆଯାଇଥିଲା ।