Breaking PLUSଓଡ଼ିଶାମୁଖ୍ୟ ଖବର

ଅନୁଗୋଳରେ ପୁଣି ହାତୀ ଆତଙ୍କ

ଆଙ୍କୁଲା ଗ୍ରାମ ଜଙ୍ଗଲରେ ୧୦ରୁ ୧୫ ହାତୀ

ପୁଣି ଥରେ ଅନୁଗୋଳ ଜିଲ୍ଲାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି ।  ଅନୁଗୋଳ ଜିଲ୍ଲା ନାଲକୋ ଥାନା ନିକଟସ୍ଥ ଆଙ୍କୁଲା ଗ୍ରାମ ଜଙ୍ଗଲରେ ୧୦ରୁ ୧୫ ହାତୀ ପ୍ରବେଶ କରିଥିବା ଜଣାପଡ଼ିଛି । ହାତୀମାନେ ନୂଆସାହି, ବେନ୍ତପୁର, ଆଙ୍କୁଲା ଏବଂ ନାଲକୋ ହଟିଙ୍ଗା ଅଞ୍ଚଳରେ ଧାନ ଫସଲ ନଷ୍ଟ କରି ଆତଙ୍କ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।

ହାତୀମାନେ ଯେଉଁ ଅଞ୍ଚଳରେ ଅଛନ୍ତି ସେହି ଅଞ୍ଚଳରେ ବନ ବିଭାଗ କର୍ମଚାରୀମାନେ ସତର୍କ ରହିଛନ୍ତି । ହାତୀମାନଙ୍କ ପାଖକୁ ନଯିବାକୁ ଲୋକମାନଙ୍କୁ ବନ ବିଭାଗ ଅଧିକାରୀ ବାରଣ କରିଛନ୍ତି । କିଭଳି ହାତୀଙ୍କୁ ସେଠୁ ଘଉଡାଯିବ ସେନେଇ ଉଦ୍ୟମ କରୁଛି ବନ ବିଭାଗ

Show More

Related Articles

Back to top button