Breaking PLUSଦୁର୍ଘଟଣାମୁଖ୍ୟ ଖବର

ତେଲକୋଇରେ ହାତୀ ଉପଦ୍ରବ

ତେଲକୋଇ : କେନ୍ଦୁଝର ତେଲକୋଇ ରେଞ୍ଜରେ ଥମୁନି ହାତୀମାନଙ୍କ ଉପଦ୍ରବ। କେତେବେଳେ ମଣିଷ ମାରୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ହାତୀପଲ । ୨୨ ଦିନରେ ଦୁଇଜଣଙ୍କୁ ଦଳି ମାରିଦେଇଥିବା ବେଳେ ୧୩ଟି ଘର ଭାଙ୍ଗି ଦେଇଛନ୍ତି ହାତୀପଲ। ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ବନବିହାରିପୁର ଗାଁରେ ୩ ଟିକିଆ ହାତୀପଲ ପଶି ଭକ୍ତବନ୍ଧୁ ନାୟକ ଓ ଅଭି ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଯାଇଛନ୍ତି।ଅଭି ମୁଣ୍ଡାଙ୍କ ପରିବାର ଲୋକେ ଘର ଭିତରେ ଶୋଇଥିବା ଅବସ୍ଥାରେ ହାତୀପଲ ପଛପଟୁ ଘର ଭାଙ୍ଗିଦେଇଥିଲେ । ଘର ଭିତରେ ପଶି ଧାନଚାଉଳ ଖାଇବା ସହ ଖଟ ଭାଙ୍ଗି ଦେଇଥିଲେ। ରାତ୍ରି ସମୟରେ ବିଦ୍ୟୁତ କାଟ ଯୋଗୁଁ ଗାଁ ଭିତରେ ହାତୀପଲ ପଶି ଉପଦ୍ରବ କରୁଥିବା ସହ ଧନଜୀବନ ନଷ୍ଟ କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

Show More

Related Articles

Back to top button