Breaking PLUSଦେଶମୁଖ୍ୟ ଖବର

କେଜରିୱାଲଙ୍କୁ ସପ୍ତମ ଥର ଇଡି ସମନ, ସୋମବାର ହାଜର ହେବାକୁ ନୋଟିସ

ନୂଆଦିଲ୍ଲୀ,22 ଫେବୃୟାରୀ – ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସପ୍ତମ ଥର ଇଡି ପକ୍ଷରୁ ସମନ ପଠାଯାଇଛି । ସୋମବାର କେଜରିୱାଲଙ୍କୁ ପଚରାଉଚରା ପାଇଁ ଡାକିଛି ଇଡି ।
ଇଡି ମୁଖ୍ୟମନ୍ତ୍ରୀଙ୍କୁ ଏହା ପୂର୍ବରୁ 6ତଣ ସମନ ପଠାଇସାରିଛି, କିନ୍ତୁ ସେ କୌଣସି ନା କୌଣସି କାରଣ ଦର୍ଶାଇ ପଚରାଉଚରା ପାଇଁ ହାଜର ହେଉନାହାନ୍ତି । ଏଠାରେ ସୂଚନାଯୋଗ୍ୟ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା ପାଇଁ ନଭେମ୍ବର 2, ଡିସେମ୍ବର 21, ଚଳିତବର୍ଷର ଜାନୁୟାରୀ 3, 18 ଓ ଫେବୃୟାରୀ 2ରେ ପଚରାଉଚରା ପାଇଁ ସମନ ପଠାଇଥିଲା ।

Show More

Related Articles

Back to top button