Breaking PLUSଦେଶମୁଖ୍ୟ ଖବର

କର୍ଣ୍ଣାଟକର ବିଜୟପୁରା, ତାମିଲନାଡୁର ଚେଙ୍ଗଲପଟ୍ଟୁରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, 8 ଡିସେମ୍ବର – ଦକ୍ଷିଣ ଭାରତର ଦୁଇଟି ରାଜ୍ୟ ତାମିଲନାଡୁ ଓ କର୍ଣ୍ଣାଟକରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ 3.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସୋସିଆଲ ମିଡିଆ ଏକ୍ସରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଆଜି ସକାଳେ 6.52ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.1 ରହିଥିଲା । ଏହା ବ୍ୟତୀତ ତାମିଲନାଡୁର ଚେଙ୍ଗଲପଟ୍ଟୁରେ ସକାଳ 7.39ଟାରେ 3.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

Show More

Related Articles

Back to top button