ଦେଶ ବିଦେଶମୁଖ୍ୟ ଖବର

ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ତିନିଦିନ ପୂର୍ବରୁ ହୋଇଥିବା ଭୀଷଣ ଭୂମିକମ୍ପର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଛି।

ସେଠାରୁ ଉଦ୍ଧାରକାରୀ ଦଳ ଆହୁରି ମୃତଦେହ ଉଦ୍ଧାର କରିଛନ୍ତି ଯାହା ଫଳରେ ମୃତକଙ୍କ ସଂଖ୍ୟା ବଢ଼ି ୧୧ରେ ପହଞ୍ଚିଛି, ସେହିପରି ଅନ୍ୟ ୪୦୦ ଜଣ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ପ୍ରବକ୍ତା ଅବଦୁଲ ମୁହରୀ କହିଛନ୍ତି ବର୍ତ୍ତମାନ ମିଳିଥିବା ମୃତଦେହ ଶୁକ୍ରବାର ସକାଳେ ପଶ୍ଚିମ ସୁମାତ୍ରାରେ ହୋଇଥିବା ୬.୨ ତିବ୍ରତାର ଭୂମିକମ୍ପ ଦ୍ୱାରା ଭୁସୁଡ଼ି ପଡି଼ଥିବା ଘରୁ ଉଦ୍ଧାର କରାଯାଇଛି। ସେ କହିଛନ୍ତି ପାସମାନ ଜିଲ୍ଲାରୁ ୬ଜଣ ଓ ପାସମାନର ପଡ଼ାଶୀ ଜିଲ୍ଲାରୁ ଅନ୍ୟ ୫ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳ ଏବେବି ୪ ଜଣ ଗ୍ରାମବାସୀଙ୍କୁ ଖୋଜୁଛନ୍ତି । ଏହି ଚାରିଜଣ ଗ୍ରାମବାସୀ ପାସମାନ ଜିଲ୍ଲାର ବୁକିଟ ଲିନଟାଙ୍ଗ ଗାଁର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଫଳରେ ପାହାଡ଼ରୁ ଖସିଥିବା ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହ କରଯାଉଛି ।

 

ମୁହରୀ କହିଛନ୍ତି ଭୂମିକମ୍ପ ଦ୍ୱାରା ପାଖାପାଖି ୪୦୦ ଲୋକ ଆହତ ହୋଇଛନ୍ତି । ଏହି ଭୂମିକମ୍ପର ପ୍ରଭାବ ମାଲେସିଆ ଓ ସିଙ୍ଗାପୁରରେ ମଧ୍ୟ ଅନୁଭୂତ ହୋଇଛି ଓ ଏବବି ୪୨ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେ ଆହୁରି କହିଛନ୍ତି ୧୩ ହଜାରରୁ ଅଧିକ ଲୋକ ଭୂମିକମ୍ପ ଫଳରେ ନିଜ ଘର ଛାଡ଼ି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଚାଲିଯାଇଛନ୍ତି ଓ ୧ହଜାର ୪୦୦ରୁ ଅଧିକ ଘର ଓ କୋଠା ନଷ୍ଟ ହୋଇଯାଇଛି । ଇଣ୍ଡୋନେସିଆରେ ୨୭୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏକ ବିଶାଳ ଦ୍ୱୀପ ସବୁବେଳେ ଭୂମିକମ୍ପ, ଅଗ୍ନୀ ଉଦ୍ଗୀରଣ ଓ ସୁନାମି ଦ୍ୱାରା ପ୍ରଭାବିତ ହୋଇଥାଏ। କାରଣ ଏହି ସ୍ଥାନ ରିଙ୍ଗ ଅଫ ଫାୟାର ଓ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ।

Show More

Related Articles

Back to top button