Breaking PLUSଦେଶମୁଖ୍ୟ ଖବର

ହିମାଚଳରେ ପୁଣି ଭୂକମ୍ପ ଝଟକା : ୨୮ ଦିନରେ ୧୨ ଥର ଭୂକମ୍ପ

ହିମାଚଳ ପ୍ରଦେଶରେ ପୁଣି ଅନୁଭୂତ ହୋଇଛି ଭୂକମ୍ପ ଝଟକା । ହଠାତ୍ ଭୂକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଶିମଲାରୁ ୪୫ କିଲୋମିଟର ଦୂର ମଣ୍ଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୪ ଥିଲା । ତେବେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଭୂକମ୍ପ ଝଟକା ଅନୁଭୂତ ହେବାପରେ ପ୍ରଶାସନ ଓ ପୋଲିସ ଆଲର୍ଟ ହୋଇଯାଇଛି ।

ଏହା ପୂର୍ବରୁ ନଭେମ୍ବର ୨୪ ତାରିଖରେ ହିମାଚଳ ପ୍ରଦେଶରେ ୨୪ ଘଣ୍ଟାରେ ୪ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହିମାଚଳରେ ଭୂକମ୍ପ ଘଟଣା ବୃଦ୍ଧି ପାଇଛି । ନଭେମ୍ବର ୧୯ ତାରିଖ ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ମଣ୍ଡିରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା । ତେବେ କୌଣସି କ୍ଷୟକ୍ଷତି ହୋଇନଥିଲା ।

ସୂଚନା ଅନୁଯାୟୀ, ହିମାଚଳରେ ନଭେମ୍ବର ମାସରେ ୨୮ ଦିନରେ ୧୨ ଥର ଭୂକମ୍ପ ହୋଇଛି । ଶିମଲାରେ ସର୍ବାଧିକ ୪ ଥର ଭୂକମ୍ପ ହୋଇଛି । କିନ୍ନୌରରେ ୩ ଥର, ଚମ୍ବାରେ ୨ ଥର ଓ ମଣ୍ଡି ଓ କାଙ୍ଗଡାରେ ଠାରେ ଲେଖାଏ ଭୂକମ୍ପ ହୋଇଛି । ତେବେ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଭୂକମ୍ପର ତୀବ୍ରତା ଅଧିକ ନଥିଲା । ଭୂକମ୍ପକୁ ନେଇ ଚମ୍ବା, ମଣ୍ଡି ଓ ଶିମଲା ସବୁଠାରୁ ସମ୍ବେଦନଶୀଳ ବୋଲି କୁହାଯାଏ ।

Show More

Related Articles

Back to top button