
ଆଜି ସକାଳୁ ଫିଲିପାଇନ୍ସ ରାଜଧାନୀ ମନିଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ବିଷୟରେ ସୂଚନା ମିଳିନାହିଁ ।
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ, ଭୂମିକମ୍ପର ଝଟକା ଫିଲିପାଇନ୍ସର ରାଜଧାନୀ ମନିଲାରେ ଅନୁଭୂତ ହୋଇଛି । ମାତ୍ର ଏହି ଭୂମିକମ୍ପର କେନ୍ଦ୍ର ମନିଲା ଠାରୁ ପାଖାପାଖି ୩୩୬ କିଲୋମିଟର ଦୂର ଉତ୍ତରରେ ହୋଇଛି । ଭୂମିକମ୍ପର ଗଭୀର କେନ୍ଦ୍ରରେ ୧୦ କିମିରେ ମପାଯାଇଛି ।
ସେହିପରି ଆମେରିମା ଭୂବୈଜ୍ଞାନିକଙ୍କ ସର୍ଭେ ଅନୁସାରେ ଫିଲିପାଇନ୍ସର ଲୁଜୋନ ଦୀପରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ରାଜଧାନୀ ମନିଲା ସହିତ ଅନେକ ଅଞ୍ଚଳରେ ଏହା ଅନୁଭୂତ ହୋଇଥିଲା ।