
ଶୀତଦିନକୁ ସ୍ବାସ୍ଥ୍ୟ ପାଇଁ ସବୁଠୁ ଅଧିକ ଉତ୍ତମ ହୋଇଥାଏ କାରଣ ତାପମାତ୍ରା ହ୍ରାସ ପାଇବାରୁ ଖାଦ୍ୟରେ ଥିବା ଉଷ୍ମତା ଆମ ଶରୀରକୁ ଗରମ ରଖିଥାଏ। ଏହାର ଅର୍ଥ ହେଉଛି ଶୀତଦିନେ ଖାଦ୍ୟ ସହଜରେ ହଜମ ହୋଇଯାଇଥାଏ। ଖାଇବା ବ୍ୟତୀତ ଯଦି କିଛି କଥା ପ୍ରତି ଧ୍ୟାନ ରଖାଯାଏ ତେବେ ଆମେ ଶୀତଦିନେ କେବଳ ସୁସ୍ଥ ରହିବା ନାହିଁ ବରଂ ଏହି ଋତୁରେ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହେବ।
୧.ସନ୍ତୁଳିତ ଖାଦ୍ୟ ଖାଆନ୍ତୁ : କାର୍ବୋହାଇଡ୍ରେଟ୍ ଶରୀରକୁ ଶକ୍ତି ଯୋଗାଇଥାଏ,କିନ୍ତୁ ସ୍ବାସ୍ଥ୍ୟ ପାଇଁ ଏହା ଯଥେଷ୍ଟ ହୋଇନଥାଏ। ଶରୀରକୁ ପ୍ରୋଟିନ୍,ଫାଇବର ଏବଂ ତରଳ ପଦାର୍ଥ ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ। ସାଧାରଣତଃ ଶୀତଦିନେ ଛଣାଛଣି,ଡବା ବନ୍ଦ ଏବଂ ଜଙ୍କ୍ ଫୁଡ ମଧ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ଏହି କାରଣରୁ କାର୍ବୋହାଇଡ୍ରେଟ୍ ସେବନ ବଢ଼ିଯାଇଥାଏ। ଦ୍ବିତୀୟତଃ,ଶାରିରୀକ ସକ୍ରିୟତା ହ୍ରାସ ପାଇବା ଦ୍ବାରା ଅତିରିକ୍ତ କ୍ୟାଲୋରୀ କମିନଥାଏ। ଏହି ଋତୁରେ ମୌସୁମୀ ଫଳ ଏବଂ ପରିବା ଅଧିକ ଖାଆନ୍ତୁ। ଖାଦ୍ୟ ସହ ସବୁଜ ପନିପରିବା,ସାଲାଡ ଏବଂ ସୁପ୍ ଖାଆନ୍ତୁ। ଏହା ଦ୍ବାରା ଶରୀରକୁ ପର୍ଯ୍ୟାପ୍ତ ପୋଷକ ତତ୍ତ୍ବ ଏବଂ ଫାଇବର ମିଳିବ। ପର୍ଯ୍ୟାପ୍ତ ପାଣି ପିଅନ୍ତୁ।

୨. ଖରାରେ ବସନ୍ତୁ : ଆପଣ ଆରାମ ସତ୍ବେ ଥକ୍କା ଅନୁଭବ କରୁଥିଲେ ଏବଂ ହାଡ଼ ଏବଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣଙ୍କୁ ଭିଟାମିନ୍ ଡି ର ଆବଶ୍ୟକତା ରହିଛି। ବିଶେଷଜ୍ଞଙ୍କ ଅନୁସାରେ,୧୦୦ରୁ ୭୦ଲୋକ ଭିଟାମିନ୍ ଡି ଅଭାବଜନିତ ସମସ୍ୟା ଭୋଗୁଛନ୍ତି। ଶୀତଦିନେ ଏହି ଅଭାବକୁ ପୂରଣ କରିବାର ଭଲ ସୁଯୋଗ ରହିଛି। ଦ୍ବିପ୍ରହରେ ତ୍ବଚାରେ ଖରା ଲାଗିବା ଭିଟାମିନ୍ ଡି ପାଇବା ପାଇଁ ଉଚିତ୍ ରହିବ। ଶୀତଦିନେ କିଛି ସମୟ ଦ୍ବିପ୍ରହରରେ ଖରାରେ ବସିବା ଉଚିତ୍।
୩. ବ୍ୟାୟାମ କରନ୍ତୁ : ଶୀତଦିନେ ପ୍ରତିଦିନ ବ୍ୟାୟାମ କରିବା ଅଭ୍ୟାସ ଛାଡ଼ନ୍ତୁ ନାହିଁ। ନିୟମିତ ବ୍ୟାୟାମ କରିବା ଶରୀରକୁ ଖୁସି ଅନୁଭବ କରାଉଥିବା ହରମୋନ୍ ସ୍ରାବ କରିଥାଏ। ଅବସାଦ କମ୍ କରିଥାଏ।
୪. ଘର ଭିତରେ ଲୁଗା ଶୁଖାନ୍ତୁ ନାହିଁ : ବିଶେଷଜ୍ଞଙ୍କ ଅନୁସାରେ,ଘର ଭିତରେ ଓଦା ପୋଷାକ ଶୁଖାଇବା ଦ୍ବାରା ଘରେ ଏସଲଡିହାଇଡେଟ ଏବଂ ବେଞ୍ଜିନ୍ କଣ ପବନରେ ବ୍ୟାପିଥାଏ,ଯାହା ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ଶ୍ବାସରୋଗୀଙ୍କ ମଧ୍ୟ ଏଥିପାଇଁ ସମସ୍ୟା ବଢ଼ିଥାଏ।
୫. ଅଧିକ କ୍ରିମ୍ ଲଗାନ୍ତୁ ନାହିଁ : ଶୀତଦିନେ ଥଣ୍ଡା ପବନ ତ୍ବଚାକୁ ଶୁଷ୍କ କରି ଦେଇଥାଏ। ଅଧିକ କ୍ରିମ୍ ଲଗାଇବା ଦ୍ବାରା ତ୍ବଚାରେ ଧୂଳି-ମାଟି ଦୀର୍ଘ ସମୟ ଯାଏଁ ଜମି ରହିବାର ଆଶଙ୍କା ବଢ଼ିଥାଏ।