ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଗଣ୍ଡଗୋଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ,ଅଭିଯୁକ୍ତ ଗିରଫ

ଗଣ୍ଡଗୋଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସହରରେ । ଗୁଳି ମାଡ଼ କରିବା ପରେ ଘଟଣାସ୍ଥଳରୁ ବାପ-ପୁଅ ଫେରାର୍ । ତେବେ ଏହି ଗୁଳିକାଣ୍ଡରେ ୪ ରୁ ୫ ରାଉଣ୍ଡ ଗୁଳି ମାଡ଼ ହୋଇଥିବାବେଳେ କେହି ମୃତାହତ ହୋଇ ନଥିବା କୁହାଯାଉଛି । ଘଟଣାର ତଦନ୍ତ ଜାରି ରହିଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରିରେ ଝାରସୁଗୁଡା ସହରର ବସଷ୍ଟାଣ୍ଡ ଠାରେ ଅର୍ଜୁନ ସାହୁ ଏବଂ ଛୋଟୁ ସିନ୍ଦ୍ରିଆଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସେଠାରୁ ଉଭୟେ ବେହେରାମାଲରେ ଥିବା କଳିଙ୍ଗା ବାରକୁ ଆସିଥିଲେ। କଥା କଟାକଟିରୁ ଗଣ୍ଡଗୋଳ ବୃଦ୍ଧି ପାଇଥିଲା। ଅର୍ଜୁନ ଏବଂ ତାଙ୍କ ପିତା ଦୀପକ ସାହୁ ଉତକ୍ଷିପ୍ତ ହୋଇ ଛୋଟୁ ଉପରକୁ ୪ ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ।

ତେବେ ଏହି ଖବର ପାଇବା ପରେ ଏସଡିପିଓ ନିର୍ମଳ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଝାରସୁଗୁଡା ଟାଉନ ଓ ସଦର ଥାନାରେ ଦୁଇ ପୃଥକ ମାମଲା ରୁଜୁ କରାଯାଇଛି। ପରେ ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button