ଓଡ଼ିଶାପାଣିପାଗ

ଲଗାଣ ବର୍ଷା ଯୋଗୁଁ କାଳ ଡ୍ୟାମରେ ଖୋଲିଲା ୧ଗେଟ୍

ଲଘୁଚାପଜନିତ ବର୍ଷା ଯୋଗୁଁ ଶିମିଳିପାଳ ଉପର ମୁଣ୍ଡରେ ଅନବରତ ବର୍ଷା ଲାଗି ରହିଛି । ଫଳରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗୋଟିଏ ଗେଟ ଖୋଲିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।

ଡ୍ୟାମରେ ଜଳ ଧାରଣ କ୍ଷମତା ଅଧିକ ରହିଥିବା ବେଳେ ୭୭ ମିଟର ବିପଦ ସଂକେତ ରହିଛି। ଏବେ ଡ୍ୟାମରେ ଜଳସ୍ତର ୭୫ ମିଟର ଛୁଇଁଛି । ଏହାକୁ ନଜରରେ ରଖି ଡ୍ୟାମର ଗୋଟିଏ ଗେଟ ଏକ ମିଟର ପର୍ଯ୍ୟନ୍ତ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଯଦି ଏମିତି ବର୍ଷା ଲାଗି ରୁହେ ତେବେ ଡ୍ୟାମର ସ୍ଥିତି ଦେଖି ଅନ୍ୟ ଗେଟ ଖୋଲାଯିବ ବୋଲି ଜଣାଯାଇଛି।

Show More

Related Articles

Back to top button