Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବାଂଲାଦେଶ ସୀମାନ୍ତରୁ ବିପୁଳ ଡ୍ରଗ୍ସ ଜବତ, ଜଣେ ଗିରଫ

କଛାର- ଆସାମର କଛାର ପୋଲିସକୁ ଡ୍ରଗ୍ସ ନିରୋଧୀ କାରବାରରେ ବଡ ସଫଳତା ମିଳିଛି । ଗତକାଲି ରାତିରେ ବାଂଲାଦେଶ ସୀମାନ୍ତରେ କାଟିଗୋରାର ନାଥନପୁରରେ ପୋଲିସ ପକ୍ଷରୁ ରେଡ୍ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ କଲୈନ ପୁଲିସ, ଆସମ ରାଇଫଲ୍ସ ଓ ସିଆରପି 147 ବି ବାଟାଲିୟନର ମିଳିତ ଟିମ୍ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଜଣେ ମହିଳାଙ୍କ ନିକଟରୁ 16 ପ୍ୟାକେଟ ବ୍ରାଉନସୁଗର ଜବତ କରାଯାଇଛି । ଜବତ ହୋଇଥିବା ବ୍ରାଉନସୁଗରର ଓଜନ ପ୍ରାୟ 190 ଗ୍ରାମ ଯାହାର ମୂଲ୍ୟ ବଜାରରେ କୋଟିଏ ଟଙ୍କା ହେବ ।
କଲୌନ ଥାନା ପୋଲିସ ଏବଂ ଆସମ ରାଇଫଲ୍ସକୁ ନାଥନପୁରର କୁଖ୍ୟାତ ଡ୍ରଗ୍ସ ମାଫିଆ ଅଲଫାଜ ଉଦ୍ଦିନ ଓ ତାର ପତ୍ନୀ ହସମା ବେଗମର ଘରେ ବିପୁଳ ପରିମାଣର ବ୍ରାଉନସୁଗର ଥିବା ନେଇ ସୂଚନା ମିଳିଥିଲା । ଏହାପରେ ଗତକାଲି ରାତିରେ ଚଢାଉ କରାଯାଇ ଡ୍ରଗ୍ସ ଜବତ ହୋଇଛି ।

Show More

Related Articles

Back to top button