ଚୋରାଚାଲଣା ହେଉଥିବା ବେଳେ ଜବତ ହେଲା 66.4 କିଲୋଗ୍ରାମ ସୁନା
ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ଦୁଇଟି ଟ୍ରକରେ ଚୋରା ଚାଲାଣ ହେଉଥିବାବେଳେ 35 କୋଟି ଟଙ୍କା ମୂଲ୍ୟର 66.4 କିଲୋଗ୍ରାମ ସୁନା ଜବତ କରିଛି । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମ୍ସ (ସିବିଆଇସି) ବିଭାଗ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।

ସିବିଆଇସି ଅନୁଯାୟୀ, ଦୁଇଟି ଟ୍ରକକୁ ଡିଆରଆଇ ଅଧିକାରୀ ଦିଲ୍ଲୀ ଅଞ୍ଚଳ ପରିସରରେ ସନ୍ଦେହରେ ଧରିଥିଲା। ଏଥିରେ ଭାରତ-ମିଆଁମାର ସୀମା ଦେଇ ବିଦେଶରୁ ସୁନା ଚୋରା ଚାଲାଣ କରାଯାଉଥିଲା । ଜବତ ହୋଇଥିବା ଟ୍ରକକୁ ଯେତେବେଳେ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା, ସେଥିରେ ଥିବା 35 କୋଟି ଟଙ୍କା ମୂଲ୍ୟର 66.4 କିଲୋଗ୍ରାମ ସୁନା ଜବତ କରାଯାଇଥିଲା |
ଅଧିକାରୀ କହିଛନ୍ତି ଯେ ଟ୍ରକର ଇନ୍ଧନ ଟାଙ୍କି ଭିତରେ ଏହି ସମସ୍ତ ସୁନା ଲୁଚାଯାଇ ରଖାଯାଇଥିଲା । ଏହି ସୁନାକୁ ପଞ୍ଜାବକୁ ନିଆଯାଉଥିଲା । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମ୍ସ (ସିବିଆଇସି) ଅନୁଯାୟୀ ଏହି ମାମଲାରେ ପାଞ୍ଚ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଥିବା ଜଣାପଡିଛି ।