
ବାସୁଦେବପୁର : ଆଲମାରୀ କାରଖାକାନାରେ ନିଆଁ ଲାଗିଯାଇଛି । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଗାଁରେ । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ରୋଡ୍ ଦେଉଳି ଛକରେ ଥିବା ଆରତି ଫେବ୍ରିକେସନ ନାମକ ଆଲମିରା କାରଖାନାରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ସେଣ୍ଟରରେ ଥିବା ଷ୍ଟିଲ ଆଲମିରା ସହ ପ୍ଲାଏ,ଡ୍ରେସିଂ ଟେବୁଲ ଓ ଆଲଣା ଆଦି ଜଳି ପୋଡ଼ି ପାଉଁଶ ହେଇଯାଇଛି। ହେଲେ ଲୋକମାନଙ୍କର କାହାର କିଛି କ୍ଷତି ହୋଇ ନାହିଁ। ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ବାସୁଦେବପୁର ଅଗ୍ନିଶମ ବିଭାଗର ୨ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବିଦ୍ୟୁତ ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ହଠାତ୍ ଏହି ଆଲମାରୀ କାରାଖାନାରେ ନିଆଁ ଲାଗିଯାଇଥିବା ଜଣାପଡିଛି। କାରାଖାନାରେ କାମ କରୁଥିବା କର୍ମଚାରୀ ନିଆଁ ଲାଗି ଯାଇଥିବା ଦେଖି ବାହାରକୁ ଦୌଡି ପଳାଇ ଆସିଥିଲେ ଓ ଏହା ସହ ବାସୁଦେବପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିଆଁର ପ୍ରକୋପ ଏତେ ଥିଲା ଯେ ସଙ୍ଗେ ସଙ୍ଗେ କାରାଖାନାରର ଚାରିଆଡ଼େ ନିଆଁ ବ୍ୟାପୀ ଯାଇଥିଲା।