
ଗତ କିଛିଦିନ ପୂର୍ବରୁ ଡ୍ରିମ୍ ଗର୍ଲ-୨’ର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ଜୁନ୍ ୨୯ ତାରିଖ ଅଥବା ଇଦରେ ଏହି ଫିଲ୍ମ ରିଲିଜ୍ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ସପ୍ତାହେ ଆଗରୁ ରିଲିଜ୍ ହେବାର ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡ଼ଭାନିଙ୍କ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ ଯୋଗୁ ନିର୍ମାତା ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ୍ ୨୯ ତାରିଖରେ ଫିଲ୍ମଟି ମୁକ୍ତିଲାଭର ଯୋଜନା ଅଛି । ଯଦି ଏମିତି ହୁଏ, ବକ୍ସ ଅଫିସ୍ ଉପରେ ଏହାର ପ୍ରଭାବ ପଡ଼ିବ । ଫିଲ୍ମ କଲେକ୍ସନ୍ ଉପରେ ମଧ୍ୟ । ଏହାକୁ ଦୃଷ୍ଟିରେ ରଖି ‘ଡ୍ରିମ୍ ଗର୍ଲ-୨’ ଆସନ୍ତା ବର୍ଷ ଜୁନ୍ ୨୩ ତାରିଖରେ ଏହା ସିନେମାଘରକୁ ଆସିବ ବୋଲି ନିଷ୍ପତି ନିଆଯାଇଛି ।