ଦେଶସ୍ୱାସ୍ଥ୍ୟ

ଡକ୍ଟର ରାଜୀବ ବହେଲ ହେଲେ ଆଇସିଏମଆରର ମହାନିର୍ଦ୍ଦେଶକ

ଆଇସିଏମଆରର ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଡକ୍ଟର ରାଜୀବ ବହେଲ । ଗତକାଲି ରାଜୀବ ବହଲଙ୍କୁ ତିନି ବର୍ଷ ପାଇଁ ଆଇସିଏମଆରର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର ।

ସେହିପରି ରାଜୀବ ବହଲ ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି।ବହଲ ଏବେ ଜେନେଭାରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ରେ ମାତୃ, ନବଜାତ ଏବଂ କିଶୋର ସ୍ୱାସ୍ଥ୍ୟ ୟୁନିଟ୍ ଉପରେ ହେଉଥିବା ଗବେଷଣାର ମୁଖ୍ୟ ରହିଛନ୍ତି।

ବହଲଙ୍କ ପୂର୍ବରୁ ଡକ୍ଟର ବଳରାମ ଭାର୍ଗଭ ଆଇସିଏମଆର ମହାନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଭାବରେ ନିୟୋଜିତ ଥିଲେ । ଜୁଲାଇରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଚାରି ବର୍ଷ ପାଇଁ ୧୬ ଏପ୍ରିଲ ୨୦୧୮ ରେ ଭାର୍ଗଭ ଏହି ପଦରେ ନିଯୁକ୍ତ ହୋଇଥିଲେ। ୨୦୨୦ରେ କରୋନା ସମୟରେ ଆଇସିଏମଆରର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା।

ଏହା ପୂର୍ବରୁ ଶୁକ୍ରବାର ହାଇଦ୍ରାବାଦର ଇଏସଆଇସି ହସ୍ପିଟାଲ ଏବଂ ମେଡିକାଲ କଲେଜର ଡିନ୍ ଏମ ଶ୍ରୀନିବାସଙ୍କୁ ଦିଲ୍ଲୀ ଏମ୍ସର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ମାର୍ଚ୍ଚ ୨୦୧୭ ଠାରୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଥିବା ଡକ୍ଟର ରଣଦୀପ ଗୁଲେରିଆଙ୍କ ଉତ୍ତରାଧିକାରୀ ହେବେ ଡକ୍ଟର ଶ୍ରୀନିବାସ। ଡକ୍ଟର ଶ୍ରୀନିବାସ ୨୦୧୬ ମସିହାରେ ହାଇଦ୍ରାବାଦର ଇଏସଆଇସି ହସ୍ପିଟାଲ ଏବଂ ମେଡିକାଲ କଲେଜକୁ ଯିବା ପୂର୍ବରୁ ଦିଲ୍ଲୀ ଏମ୍ସରେ ଶିଶୁ ସର୍ଜରୀ ବିଭାଗର ପ୍ରଫେସର ଥିଲେ। କେନ୍ଦ୍ର କ୍ୟାବିନେଟରେ ଏହି ସବୁ ନିଷ୍ପତ୍ତି ପରେ ପଦକ୍ଷେପ ନିଆଯାଇଛି।

 

Show More

Related Articles

Back to top button