Breaking PLUSଓଡ଼ିଶାମୁଖ୍ୟ ଖବର

ଗଂଜାମରେ ଡବଲ ମର୍ଡର

ଗଞ୍ଜାମ ଜିଲାରେ ଡବଲ ମର୍ଡର। ଦୁଇ ଭାଇଙ୍କ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେ​‌ଲେ ଦୁର୍ବୃତ୍ତ। ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ।

ମିଳିଥିବା ସୂଚନା ଅନୁସାରେ, ପୂର୍ବ ଶତ୍ରୁତାରୁ ଏହି ହତ୍ୟା କାଣ୍ଡ ଘଟିଛି। ସଞ୍ଜୟ ଏବଂ ଅଜୟଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ଶାଳବଣ ଜଙ୍ଗଲରେ ଫିଙ୍ଗି ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଦୁଇ ଭାଇଙ୍କ ମୁହଁକୁ ପୋଡ଼ି ଦିଆଯାଇଛି।

Show More

Related Articles

Back to top button